ଡ. ଦାମୋଦର ରାଉତ

କୃଷି ମନ୍ତ୍ରୀ

ଶ୍ରୀ ଗଗନ କୁମାର ଧଳ, ଭା.ପ୍ର.ସେ.

କୃଷି ଉତ୍ପାଦନ କମିଶନର

ଡ. ସୌରଭ ଗର୍ଗ, ଭା.ପ୍ର.ସେ.

ପ୍ରମୁଖ ଶାସନ ସଚିବ

ରାଜ୍ୟ କୃଷି ନୀତି ୨୦୧୩

English  |   Odia


କୃଷି ବିଭାଗ ମୁଖ୍ୟତଃ ୪ ଗୋଟି ନିର୍ବାହୀ ଶାଖା ଯଥା; କୃଷି ନିର୍ଦ୍ଦେଶାଳୟ, ଉଦ୍ୟାନକୃଷି ନିର୍ଦ୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଓ ଜଳ ବିଭାଜିକା ମିଶନକୁ ନେଇ ଗଠିତ I ଏତଦ୍ ବ୍ୟତୀତ, ଅନେକ ଗୁଡିଏ ସ୍ୱୟଂ ସକ୍ରୀୟ ସଂସ୍ଥା ଯଥା; ଓଡିଶା ରାଜ୍ୟ ବିହନ ନିଗମ (OSSC), ଓଡିଶା କୃଷି ଶିଳ୍ପ ନିଗମ (OAIC), ଓଡିଶାରେ କୃଷିର ଉନ୍ନତି ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ୍ (APICOL), ଓଡିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦକ ପ୍ରମାଣନ ସଂସ୍ଥା (OSSOPCA), କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ (IMAGE), ଓଡ଼ିଶା କାଜୁ ଉନ୍ନୟନ ନିଗମ (OCDC) ମଧ୍ୟ ଏହି ବିଭାଗ ଅଧୀନରେ କାର୍ଯ୍ୟ କରନ୍ତି I ଉପରୋକ୍ତ ୩ ଗୋଟି ମଧ୍ୟରୁ , କୃଷି ନିର୍ଦ୍ଦେଶାଳୟ ସବୁଠାରୁ ପୁରାତନ, ଯେଉଁଟି କି ୧୯୪୫ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ନୟନ ନିର୍ଦ୍ଦେଶାଳୟ ହିସାବରେ କାର୍ଯ୍ୟ କରି ଆସୁଅଛି I ପରବର୍ତ୍ତୀ ସମୟରେ ପୁନଃ ନାମକରଣ କରାଯାଇ ତାହା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା ହୋଇଛି, ଯାହାଠାରୁ ୧୯୭୭ ଏବଂ ୧୯୭୮ ମସିହାରେ ଅନ୍ୟ ଦୁଇଟି ନିର୍ଦ୍ଦେଶାଳୟ ପୃଥକ ହୋଇଅଛି I